ଭାରତରେ ନୂଆ କୋଭିଡ୍ ସବ୍ ଭାରିଆଣ୍ଟ ଚିହ୍ନଟ

ନୂଆଦିଲ୍ଲୀ,୭/୭: ଦେଶ ଓ ରାଜ୍ୟରେ କଁ ରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାରିମଧ୍ୟରେ ଆଉ ଏକ ଚିନ୍ତାଜନକ ଖବର ସାମ୍ନାକୁ ଆସିଛି। ଭାରତରେ ନୂଆ କୋଭିଡ୍ ସବ୍ ଭାରିଆଣ୍ଟ ଚିହ୍ନଟ ହୋଇଛନ୍ତି। ଭାରତରେ କୋଭିଡ୍ ଓମିକ୍ରନ ନୂଆ ସବ୍-ଭାରିଆଣ୍ଟ ଚିହ୍ନଟ ହୋଇଛନ୍ତି। ନୂଆ ସବ୍-ଭାରିଆଣ୍ଟ BA.2.75 ଚିହ୍ନଟ ନେଇ WHO ପକ୍ଷରୁ ସୂଚନା ମିଳିଛି। ଏହି ନୂଆ ଭାରିଆଣ୍ଟ ୧୦ଟି ଦେଶକୁ ବ୍ୟାପୀ ସାରିଥିବା ସୂଚନା ରହିଛି।