ଆଜି ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ

ଭୁବନେଶ୍ୱର,୬/୭: ଆଜି ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ। ଦିନ ଗୋଟାଏରେ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇବା ନେଇ ସୂଚନା ରହିଛି। bseodisha.ac.in, bseodisha.nic.in ରେ ଉପଲବ୍ଧ ହେବ ରେଜଲ୍ଟ। ଅପରାହ୍ନ ୨ଟା ପରେ ୱେବ୍‌ସାଇଟ୍‌ରେ ରେଜଲ୍ଟ ଉପଲବ୍ଧ ହେବ ।ଏହାସହ SMS ଜରିଆରେ ପାଇପାରିବେ ମାଟ୍ରିକ୍ ପରୀକ୍ଷା ଫଳ। OR10 SPACE ରୋଲ ନମ୍ବର ଲେଖି ୫୬୭୬୭୫୦ ନମ୍ବରକୁ SMS କଲେ ନିଜର ଫଳ ପାଇହେବ।