ଛାତ୍ରୀ ରୁଚିକା ଆତ୍ମହତ୍ୟା ଘଟଣା, ୩ ଅଭିଯୁକ୍ତଙ୍କ ଚିହ୍ନଟ ପ୍ରକ୍ରିୟା ଜାରି

ଭୁବନେଶ୍ବର,୩/୦୭: ବିଜେବି ସ୍ବୟଂଶାସିତ ମହାବିଦ୍ୟାଳୟର ଯୁକ୍ତ ୩ ପ୍ରଥମ ବର୍ଷ କଳା ଛାତ୍ରୀ ରୁଚିକା ଆତ୍ମହତ୍ୟା ଘଟଣାର ୩ ଅଭିଯୁକ୍ତଙ୍କୁ ଏଯାଏ ଚିହ୍ନଟ କରାଯାଇ ନଥିବା ବେଳେ, ସେମାନଙ୍କୁ ଚିହ୍ନଟ ପ୍ରକ୍ରିୟା ଜାରି ରଖିଛି ପୁଲିସ। ହଷ୍ଟେଲ ଭିତରେ ଏସିପିଙ୍କ ଟିମ୍ ଓ ମହିଳା ପୁଲିସ ୧୩୪ ଜଣ ସିନିୟର ଛାତ୍ରୀଙ୍କୁ ପଚରାଉଚରା କରୁଛନ୍ତି। ସେହି ତିନି ଜଣ କିଏ, କେବେଠୁ ସେମାନେ ରାଗିଙ୍ଗ କରୁଥିଲେ ଏବଂ କାହାର ଚାପ ଯୋଗୁ ରୁଚିକା ଆତ୍ମହତ୍ୟା କଲେ ସେନେଇ ତଦନ୍ତ ଜାରି ରଖିଛି କମିସନରେଟ୍ ପୁଲିସ। ଏହାଛଡ଼ା ଛାତ୍ରୀ ନିବାସର ଅଧୀକ୍ଷକ, ୱାର୍ଡେନ, ଆସିଷ୍ଟାଣ୍ଟ ୱାର୍ଡେନ, ଫ୍ଲୋର ଇନଚାର୍ଜ ଓ ହଷ୍ଟେଲ ଦାୟିତ୍ୱରେ ଥିବା ଏକାଧିକ ଲୋକଙ୍କୁ ପଚରାଉଚରା ସହ ସେମାନଙ୍କ ବୟାନ ରେକର୍ଡ କରିଛି ପୁଲିସ। ତିନୋଟି ଟିମ ଗଠନ କରି ତଦନ୍ତ କରୁଛି ପୁଲିସ। ସମସ୍ତଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଇଛି ଓ ଦୋଷୀଙ୍କ ବିରୋଧରେ ଖୁବଶୀଘ୍ର କାର୍ଯ୍ୟାନୁଷ୍ଠାନ ହେବ ବୋଲି ସେ  କରିଛନ୍ତି।

ସୂଚନାଯୋଗ୍ୟ, ଗତକାଲି କଟକ ଆଠଗଡ଼ର ରୁଚିକା ମହାନ୍ତି ଶନିବାର ପୂର୍ବାହ୍ନରେ ବିଜେବି ସ୍ବୟଂଶାସିତ ମହାବିଦ୍ୟାଳୟର କାରୁବାକୀ ଛାତ୍ରୀନିବାସରେ ଆତ୍ମହତ୍ୟା କରିଥିଲେ। ବେକରେ ରଶି ବାନ୍ଧି ସେ ଆତ୍ମହତ୍ୟା କରିଥିଲେ। ୩ ସିନିୟର୍ ଛାତ୍ରୀଙ୍କ ମାନସିକ ନିର୍ଯାତନା ଅସହ୍ୟ ହେବାରୁ ସେ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଇଛନ୍ତି ବୋଲି ରୁଚିକାଙ୍କ ପକେଟ୍ରୁ ପୁଲିସ କରିଥିବା ସୁଇସାଇଡ୍ ନୋଟ୍ରେ ଉଲ୍ଲେଖ ଥିବା ଜଣାପଡ଼ିଛି।