ଭାଙ୍ଗିଲା ଗୁଣ୍ଡିଚା ମନ୍ଦିରର ରୋଷଘର ଚୂଲି

ପୁରୀ,୨/୦୭: ଭାଙ୍ଗିଲା ଗୁଣ୍ଡିଚା ମନ୍ଦିରର ରୋଷଘର ଚୂଲି । ୨୦ରୁ ଅଧିକ ଚୂଲି ଭାଙ୍ଗିଦେଲେ ଦୁର୍ବୃତ୍ତ । କୋଠଭୋଗ ଚୂଲିକୁ ଛାଡି ସବୁ ଚୂଲି ଭାଙ୍ଗିଦେଲେ । ଘଟଣାସ୍ଥଳରେ ପହଞ୍ଚି ଉପଜିଲ୍ଲାପାଳଙ୍କ ତଦନ୍ତ ଆରମ୍ଭ କରିଛନ୍ତି । ବର୍ତ୍ତମାନ ଚୂଲି ଗୁଡିକର ମରାମତି ଚାଲିଛି । ଆଡପ ଅବଢା ପାଇଁ ୩ଦିନ ପୂର୍ବରୁ ତିଆରି ଚୂଲି ତିଆରି ହୋଇଥିଲା । ଆସନ୍ତାକାଲି ଆଡପ ଅବଢା ପାଇଁ ଲକ୍ଷାଧିକ ଭକ୍ତ ଅନେଇ ରହିଛନ୍ତି । ତେଣୁ ଚୂଲିଗୁଡିକ କିପରି ଯଥାଶୀଘ୍ର ମରାମତି ହେଇପାରିବ ସେ ନେଇ ତତ୍ପରତା ପ୍ରକାଶ ପାଇଛି । ତେବେ କେଉଁ କାରଣରୁ ଚୂଲି ଭାଙ୍ଗିଲେ ଦୁର୍ବୃତ୍ତ , ସେ ନେଇ ତଦନ୍ତ ଚାଲିଛି ।