ବଡ଼ଦାଣ୍ଡରେ ଗଡିଲା ନନ୍ଦିଘୋଷ ରଥ

ପୁରୀ,୧/୦୭: ବଡ଼ଦାଣ୍ଡରେ ଗଡିଲା ନନ୍ଦିଘୋଷ ରଥ । ରତ୍ନବେଦୀରୁ ଜନ୍ମବେଦୀକୁ ଯାତ୍ରା ଆରମ୍ଭ କଲେ କଳା ଠାକୁର । ଘଣ୍ଟ, ଘଣ୍ଟା ଓ ଜୟ ଜଗନ୍ନାଥ ଧ୍ୱନିରେ ଆଗେଇ ଚାଲିଛି କାଳିଆ ସାଆନ୍ତେଙ୍କ ନନ୍ଦିଘୋଷ ରଥ । ଭାଇ ଭଉଣୀଙ୍କୁ ସାଙ୍ଗରେ ନେଇ ମାଉସୀ ଘର ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି ମହାପ୍ରଭୁ । ଦୀର୍ଘ ଦୁଇ ବର୍ଷ ପରେ ରଥଯାତ୍ରା ଦେଖୁଛନ୍ତି ଭକ୍ତ ।
ସୂଚନା ଅନୁସାରେ ଛେରାପହଁରା ପରେ ବଡ଼ଦାଣ୍ଡରେ ଆରମ୍ଭ ହୋଇଥିଲା ରଥଯାତ୍ରା । ପରମ୍ପରା ଅନୁସାରେ ପ୍ରଥମେ ବଳଭଦ୍ରଙ୍କ ତାଳଧ୍ୱଜ ରଥ ଟଣା ହୋଇଥିଲା । ଏହାପରେ ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥ ଟଣା ହୋଇଥିଲା । ଶେଷରେ ମହାପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଟଣା ହୋଇଛି ।