ପବିତ୍ର ରଥଯାତ୍ରା: ସରିଲା କାଳିଆ ସାଆନ୍ତଙ୍କ ପହଣ୍ଡି

ପୁରୀ: ଆଜି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ରଥଯାତ୍ରା ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ଶ୍ରୀଗୁଣ୍ଡିଚା ଯାତ୍ରା ପାଇଁ ମହାପ୍ରଭୁଙ୍କ ନୀତିକାନ୍ତି ୩ ଘଣ୍ଟା ଆଗୁଆ ଚାଲିଛି । ଯାହାଫଳରେ ସକାଳ ସାଢ଼େ ୬ଟାରୁ ଆରମ୍ଭ ହୋଇଛି ପହଣ୍ଡି ।

ପ୍ରଥମେ ଚକ୍ରରାଜ ସୁଦର୍ଶନଙ୍କୁ ମା ସୁଭଦ୍ରାଙ୍କ ଦେବଦଳନ ରଥରେ ବିଜେ କରାଯାଇଥିଲା। ସୁଦର୍ଶନଙ୍କ ପରେ କାମପାଳ ଶ୍ରୀବଳଭଦ୍ର ଧାଡ଼ି ପହଣ୍ଡିରେ ଆସି ତାଳଧ୍ୱଜ ରଥରେ ଆସୀନ ହେବା ପରେ କାମ୍ପିଲ୍ୟବାସିନୀ ମା ସୁଭଦ୍ରାଙ୍କୁ ଆଣି ଦର୍ପଦଳନ ରଥରେ ବିଜେ କରାଯାଇଛିି । ତା ପରେ କାଳିଆ ସାଆନ୍ତେ ଝୁଲି ଝୁଲି, ଦୋଳାୟିତ ଟାହିଆର ଅପୂର୍ବ ଶୋଭାରେ ଦର୍ଶକମାନଙ୍କୁ ବିମୋହିତ କରି ଧୀରେ ଧୀରେ ରଥ ଉପରକୁ ବିଜେ କରିଛନ୍ତି ।