ଜେଲରେ ଭୟଙ୍କର ଅଗ୍ନିକାଣ୍ଡ, ୫୧ କଏଦୀ ଜୀବନ୍ତ ଦଗ୍ଧ

ନୂଆଦିଲ୍ଲୀ,୨୯/୦୬: ପଶ୍ଚିମ କଲମ୍ବିଆର ତୋଲୁଆ ସହରରେ ଥିବା ଏକ ଜେଲରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଫଳରେ ୫୧ ଜଣ କଏଦୀ ଜୀବନ୍ତ ଦଗ୍ଧ ହୋଇଯାଇଥିବା ବେଳେ ପାଖାପାଖି ୨୪ ଜଣ କଏଦୀ ଗୁରୁତର ଆହତ ହୋଇଥିବା ଜଣାପଡିଛି । ଗୁରୁତରଙ୍କ ମଧ୍ୟରେ ଜେଲର ସୁରକ୍ଷା କର୍ମୀ ଥିବା ଜଣାପଡିଛି । କଲମ୍ବିଆର ଆଇନମନ୍ତ୍ରୀ ୱିଲସନ୍ ସୂଚନା ଦେଇଛନ୍ତି ଯେ, କଏଦୀଙ୍କ ମଧ୍ୟରେ କୌଣସି କାରଣରୁ ଗଣ୍ଡଗୋଳ ଆରମ୍ଭ ହୋଇଥିଲା । ଏହି ବିବାଦ ମଧ୍ୟରେ ଜଣେ କଏଦୀ ଗଦିରେ ନିଆଁ ଲଗାଇଥିଲା । ଯାହା ଚାହୁଁ ଚାହୁଁ ବ୍ୟାପୀଯାଇଥିଲା । ନିଆଁର ପ୍ରକୋପ ଏତେ ଥିଲା ଯେ, ଏହାକୁ ଆୟତ୍ତ କରିବା କଷ୍ଟକର ହୋଇପଡିଥିଲା । ଖବର ପାଇ ଅଗ୍ନିଶମ କର୍ମଚାରୀ ପହଞ୍ଚିବା ବେଳକୁ ଅନେକ କଏଦୀଙ୍କର ନିଆଁରେ ପୋଡିଯାଇ ମୃତ୍ୟୁ ହୋଇସାରିଥିଲା ।