ଆସିଲା ରାଇମୋହନ ପରିଡ଼ାଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ

ଭୁବନେଶ୍ୱର,୨୮/୦୬:  ରାଇମୋହନ ପରିଡ଼ାଙ୍କ ଶବବ୍ୟବଚ୍ଛେଦ ରିପୋର୍ଟ ଆସିଛି। ଶ୍ବାସରୁଦ୍ଧ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ବେକରେ ରଶି ଲଗେଇ ଝୁଲି ପଡ଼ିବାରୁ ରାଇମୋହନଙ୍କ ଶ୍ବାସରୁଦ୍ଧ ହୋଇପଡିିିଥିଲା।ବେକରେ ଯେଉଁ ଆଘାତ ତାହା ମୃତ୍ୟୁ ପୂର୍ବର ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ ଯେ ଓଡିଆ ଚଳଚ୍ଚିତ୍ର ଅଭିନେତା ରାଇମୋହନଙ୍କ  ଗତ ୨୪ ତାରିଖ ଦିନ ଦେହାନ୍ତ ହୋଇଥିଲା । ରାଇମୋହନ ପରିଡା ଆତ୍ମହତ୍ୟା କରିଥିଲେ । ପାରିବାରିକ କଳହରୁ ଭୁବନେଶ୍ୱର ପ୍ରାଚୀ ବିହାର ସ୍ଥିତ ନିଜ ଘରେ ଆତ୍ମହତ୍ୟା କରିଥିବା ସୂଚନା ରହିଛି ।