ଜରୁରୀକାଳୀନ ଅବତରଣ କଲା ଯୋଗୀଙ୍କ ହେଲିକପ୍ଟର

ନୂଆଦିଲ୍ଲୀ,୨୬/୦୬: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ହେଲିକପ୍ଟର ଜରୁରୀକାଳୀନ ଅବତରଣ କରିଛି। ଆକାଶପଥରେ ହେଲିକପ୍ଟରରେ ପକ୍ଷୀ ଧକ୍କା ହେବା ପରେ ଯୋଗୀଙ୍କ ହେଲିକପ୍ଟରକୁ ଜରୁରୀକାଳୀନ ଅବତରଣ କରାଯାଇଛି । ମିଳିଥିବା ସୂଚନା ମୁତାବକ, ଯୋଗୀ ଆଦିତ୍ୟନାଥ ପୂରା ସୁରକ୍ଷିତ ଅଛନ୍ତି । ବାରଣାସୀରୁ ଲକ୍ଷ୍ନୌରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସାମିଲ ହେବାକୁ ଉଡାଣ ଭରିଥିଲେ ଯୋଗୀ । ତେବେ ଆକାଶପଥରେ ଏକ ପକ୍ଷୀ ସହ ଧକ୍କା ହେବା ପରେ ତୁରନ୍ତ ହେଲିକପ୍ଟରକୁ ଅବତରଣ କରିଥିଲେ ସୁରକ୍ଷା ଅଧିକାରୀ ।