ଚଳିତ ବର୍ଷ ବିଶ୍ୱରେ ବଢ଼ିବ ବାତ୍ୟା !

ନୂଆଦିଲ୍ଲୀ,୨୫/୦୬: ଏବେ ରାଜ୍ୟରେ ବର୍ଷ ଜାରି ରହିଛି । ଏହାରି ମଧ୍ୟରେ ଏକ ଭୟଭୀତ ଖବର ସାମ୍ନାକୁ ଆସିଛି । ଗ୍ରୀଷ୍ମମଣ୍ଡଳୀୟ ପ୍ରଶାନ୍ତ ମହାସାଗରରେ ତାପମାତ୍ରା ସ୍ୱାଭାବିକଠାରୁ କମ ରହୁଥିବାରୁ ‘ଲା ଲିନା’ ସୃଷ୍ଟି ହୋଇଛି । ପ୍ରଭାବରେ ଦକ୍ଷିଣ ଆମେରିକାରୁ ଉତର ମହାସାଗର ଦେଇ ଦକ୍ଷିଣ-ପୂର୍ବ ଏସିଆକୁ ପ୍ରବଳ ପଶ୍ଚିମା ପବନ ପ୍ରବାହିତ ହେଉଛି । ଏଥିପାଇଁ ଚଳିତ ବର୍ଷ ଜୁନରେ ମୌସୁମୀ ବାୟୁ ପ୍ରବାହରେ ମଧ୍ୟ ଅନିୟମିତତା ଦେଖାଦେଇଛି । ୨୦୨୦ରୁ ଆରମ୍ଭ ହୋଇଥିବା ଲା ଲିନା ଦ୍ୱିତୀୟ ବର୍ଷ ପାଇଁ ଜାରି ରହିଛି ।
ଏପ୍ରିଲଠାରୁ ଏହା ପୁଣି ବଳ ଗୋଟାଉଛି । ଏଥିସହ ସମୁଦ୍ରର ତାପମାତ୍ରା କମ ହେତୁ ଏହା ବାୟୁମଣ୍ଡଳରୁ ଅଧିକ ଉତାପ ଶୋଷଣ କରୁଛି । । ତେଣୁ ବିଶ୍ୱର କିଛି ଦେଶରେ ଶକ୍ତିଶାଳୀ ବାତ୍ୟା ହେବାର ସମ୍ଭାବନା ଥିବା ପାଣିପାଗ ବିଶେଷଜ୍ଞ କହିଛନ୍ତି । ଭାରତରେ ମଧ୍ୟ ଏ ବର୍ଷ ବାତ୍ୟାର ପ୍ରଭାବ ଅଧିକ ରହିବାର ସମ୍ଭାବନା ରହିଛି । ୧୯୭୦ରୁ ୨୦୨୧ ମଧ୍ୟରେ ଦେଶକୁ ୧୨୫ରୁ ଅଧିକ ବାତ୍ୟା ଆସିଛି । ଏଥିରେ ୪୫ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି । ବିଶ୍ୱରେ ଓଡିଶା ଷଷ୍ଠ ସାମୁଦ୍ରିକ ବାତ୍ୟାପ୍ରବଣ ରାଜ୍ୟ ଭାବେ ପରିଗଣିତ ହୋଇଛି ।