ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ୯ ମାସ ମଧ୍ୟରେ ଶେଷ କରିବାକୁ ନିର୍ଦେଶ ଦେଲେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର, ୨୪/୦୬: ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଅନୁଧ୍ୟାନ କରି ୯ ମାସ ମଧ୍ୟରେ କାର୍ଯ୍ୟ ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର । ପରିକ୍ରମା ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଅନୁଧ୍ୟାନ କରିବା ସହ ମୁଖ୍ୟ ଶାସନ ସଚିହ ଇଞ୍ଜିନିୟରଙ୍କ ସହ ଆଲୋଚନା କରିଥିଲେ । ସମସ୍ତ ନିର୍ମାଣ ୯ ମାସ ମଧ୍ୟରେ ସାରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି ।

ମେଘନାଦ ପାଚେରି ଚାରିପଟେ ଐତିହ୍ୟ କରିଡର ଶୋଭାବର୍ଦ୍ଧନ କରୁଛି । ସୁରକ୍ଷା ବ୍ୟବସ୍ଥା ବଢ଼ିଥିବା ବେଳେ ଭକ୍ତଙ୍କୁ ସୁବିଧା ସୁଯୋଗ ଯୋଗାଇ ଦିଆଯାଉଛି । ଐତିହ୍ୟ କରିଡର ଭକ୍ତ, ସେବାୟତଙ୍କ ସହ ଶ୍ରୀଜଗନ୍ନାଥଙ୍କ ବିଭିନ୍ନ ପର୍ବପର୍ବାଣୀର ସୁପରିଚାଳନାରେ ସହାୟକ ହେବ ବୋଲି ମତ ରଖିଛନ୍ତି ମୁଖ୍ୟ ଶାସନ ସଚିବ ।