ପୋପଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୨/୦୬: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ୧୦ ଦିନିଆ ବିଦେଶ ଗସ୍ତ ସମୟରେ ଭାଟିକାନ ସିଟିରେ ପ୍ରଥମେ ଖ୍ରୀଷ୍ଟଧର୍ମାମ୍ବଲମୀ ଗୁରୁ ପୋପ୍ ଫ୍ରାନସିସଙ୍କୁ ଭେଟିଛନ୍ତି। ଦେଶର ପ୍ରଥମ ମୁଖ୍ୟମନ୍ତ୍ରୀ ଭାବେ ପୋପଙ୍କୁ ଭେଟିଛନ୍ତି। ମୁଖ୍ୟମନ୍ତ୍ରୀ ଭେଟିବା ପରେ ପୋପଙ୍କୁ ବିଭିନ୍ନ ପ୍ରକାର ଉପହାର ଦେଇଥିଲେ। ଏଥି ସହିତ ସୁସ୍ଥ ଓ ଦୀର୍ଘ ଜୀବନ କାମନା କରିଥିଲେ। ଜାତୀୟ ରାଜନୀତିରେ  ରାଜନୈତିକ ଭାବମୂର୍ତ୍ତି ଉଜ୍ୱଳ କରିବ ବୋଲି ଚର୍ଚ୍ଚା ହେଉଛି। ବିଦେଶ ଗସ୍ତ ସମୟରେ ଦୁବାଇରେ ପୁଞ୍ଜି ନିବେଶକାରୀଙ୍କ ସହିତ ଆଲୋଚନା କରିବେ। ଅନ୍ତର୍ଜାତୀୟ ପୁଞ୍ଜିନିବେଶକଙ୍କୁ ଆକୃଷ୍ଟ କରିବାକୁ ଉଦ୍ୟମ କରିବେ। ଦେଶ ତଥା ରାଜ୍ୟକୁ ଧର୍ମ ନିରପେକ୍ଷତାର ବାର୍ତ୍ତା ଦେବେ ବୋଲି ଜଣାପଡିଛି। ତେବେ ଜୁନ୍ ୩୦ରେ ନିଜର ବିଦେଶ ଗସ୍ତ କାର୍ଯ୍ୟକ୍ରମ ସାରି ଭୁବନେଶ୍ୱର ଫେରିବେ ବୋଲି ଜଣାପଡିଛି।