ରାଜ୍ୟରେ ଜାନୁଆରୀ ମାସରେ ଖୋଲିପାରେ ସ୍କୁଲ

ଭୁବନେଶ୍ୱର, ୧୦/୧୨: କରୋନା ସଂକମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ରାଜ୍ୟରେ ସମସ୍ତ କଲେଜ ଓ ସ୍କୁଲ ବନ୍ଦ ରଖାଯାଇଥିଲା। କିନ୍ତୁ ଏବେ ରାଜ୍ୟରେ ଜାନୁଆରୀ ମାସରେ ଖୋଲିପାରେ ସ୍କୁଲ ବୋଲି ସୂଚନା ମିଳିଛି । ଏନେଇ ଗଣଶିକ୍ଷା ବିଭାଗ ଚିନ୍ତା କରୁଛନ୍ତି ବୋଲି କହିଛନ୍ତି ମନ୍ତ୍ରୀ ସମୀର ରଞ୍ଜନ ଦାଶ। ଦଶମରୁ ଦ୍ୱାଦଶ ଖୋଲିବା ନେଇ ଚିନ୍ତା କରୁଛୁ । ୧୦୦ଦିନ ପାଠ ପଢାଇ ପରୀକ୍ଷା କରାଯିବ । ଶନିବାର ଓ ରବିବାର ବି କ୍ଲାସ କରାଯିବ ବୋଲି କହିଛନ୍ତି।