ଓଡ଼ିଶାର ଦ୍ରୌପଦୀ ମୁର୍ମୁ NDAର ରାଷ୍ଟ୍ରପତି ପ୍ରାର୍ଥୀ

ଭୁବନେଶ୍ୱର,୨୧/୦୬: ଓଡ଼ିଶାର ଦ୍ରୌପଦୀ ମୁର୍ମୁ NDAର ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଘୋଷଣା କରାଯାଇଛି । ବିଜେପି ସଂସଦୀୟ ବୋର୍ଡ ବୈଠକ ପରେ ବିଜେପି ରାଷ୍ଟ୍ରୀୟ ସଭାପତି ଘୋଷଣା କରିଛନ୍ତି। ଝାଡ଼ଖଣ୍ଡର ରାଜ୍ୟପାଳ ଥିଲେ ଦ୍ରୌପଦି । ଓଡ଼ିଶାରେ ବିଜେପି-ବିଜେଡି ମେଣ୍ଟ ସରକାରରେ ମନ୍ତ୍ରୀ ଥିଲେ ଦ୍ରୌପଦୀ ମୁର୍ମୁ ।

NDA ରାଷ୍ଟ୍ରପତି ପ୍ରାର୍ଥୀ ହେବା ପରେ ଦ୍ରୌପଦୀ ମୁର୍ମୁଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ ନିଜ ଜୀବନକୁ ଗରିବ, ଦଳିତ ବର୍ଗର ଲୋକଙ୍କୁ ସଶକ୍ତ କରିବାରେ ଉତ୍ସର୍ଗ କରିଛନ୍ତି। ତାଙ୍କର ଦୃଢ଼ ପ୍ରଶାସନିକ ଅଭିଜ୍ଞତା ଅଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।