କଲେଜରେ କ୍ଲାସ ଆରମ୍ଭ ନେଇ ଉଚ୍ଚଶିକ୍ଷା ସଚିବଙ୍କ ସୂଚନା

ଭୁବନେଶ୍ୱର, ୧୦/୧୨: କଲେଜରେ କ୍ଲାସ ଆରମ୍ଭ ନେଇ ଉଚ୍ଚଶିକ୍ଷା ସଚିବ ଶାଶ୍ବତ ମିଶ୍ର ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଆଶା କରିବୁ ଛାତ୍ରଛାତ୍ରୀ ନୂଆବର୍ଷରେ କଲେଜରେ କ୍ଲାସ କରିବେ। ଏ ନେଇ ରାଜ୍ୟ ସରକାର ଚୂଡାନ୍ତ ନିଷ୍ପତ୍ତି ନେବେ। କିନ୍ତୁ UG ଓ PG ପାଇଁ ସେମିଷ୍ଟର ଘୁଞ୍ଚିବ। ୭୦-୮୦ ଦିନ କ୍ଲାସ୍‌ରେ ପଢ଼ା ପରେ ପରୀକ୍ଷା କରିବୁ। କଲେଜ ଖୋଲିବାରେ ଅଧିକ ବିଳମ୍ବ ହେଲେ ସିଲାବସ୍‌ କମିପାରେ। ଅନ୍‌ଲାଇନ୍‌ ପଢ଼ାକୁ ନେଇ ପରୀକ୍ଷା ହେଲେ ଫେଲ୍‌ ପ୍ରତିଶତ ବଢ଼ିବ ବୋଲି ଶାଶ୍ବତ ମିଶ୍ର କହିଛନ୍ତି।