ଟିଭି ଅଭିନେତ୍ରୀ ରଶ୍ମିରେଖାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଭୁବନେଶ୍ୱର,୨୦/୦୬:ଟିଭି ଅଭିନେତ୍ରୀ ରଶ୍ମିରେଖାଙ୍କ ଝୁଲନ୍ତା ମୃତଦେହ ନୟାପଲ୍ଲୀ ଥାନା ଗଡ଼ସାହିରେ ଭଡ଼ା ଘରୁ ମିଳିଛି । ମୃତଦେହ ନିକଟରୁ ଏକ ସୁଇସାଇଡ ନୋଟ ମିଳିଥିଲେ ବି ଏହା ପଛର କାରଣକୁ ନେଇ ଏବେ ସସ୍ପେନ୍ସ ଦେଖାଦେଇଛି । ଏହା ହତ୍ୟା ନା ଆତ୍ମହତ୍ୟା ଏହା ପଛରେ ଅନ୍ୟ କିଛି କାରଣ ରହିଛି ତାକୁ ନେଇ ପ୍ରଶ୍ନ ଉଠିଛି । ଉକ୍ତ ସୁଇସାଇଡ ନୋଟରେ ରଶ୍ମିରେଖା ନିଜ ମୃତ୍ୟୁ ପାଇଁ କାହାକୁ ଦାୟୀ କରି ନ ଥିବା ପୁଲିସ୍ ସୂଚନା ଦେଇଛି ।ଗତକାଲି ପୋଷ୍ଟମର୍ଟମ୍ ପରେ ମୃତଦେହକୁ ପୁଲିସ୍ ତାଙ୍କ ପରିବାରବର୍ଗକୁ ହସ୍ତାନ୍ତର କରିଛି। ଗତକାଲି ରାତି ପ୍ରାୟ ୧୦ଟାରେ ରଶ୍ମି ଆତ୍ମହତ୍ୟା ଖବର ପାଇ ନୟାପଲ୍ଲୀ ଥାନା ପୋଲିସ ପହଞ୍ଚି ଶବ ଜବତ କରିଥିଲା । ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ଅଞ୍ଚଳର ରଶ୍ମିରେଖା ଗତ ପ୍ରାୟ ଦେଢ ମାସ ହେବ ଭୁବନେଶ୍ୱର ନୟାପଲ୍ଲୀ ଗଡ଼ ସାହି ସ୍ଥିତ ଭଡ଼ା ଘରେ ରହୁଥିଲେ। ସେଠାରେ ସେ ନିଜର ଜଣେ ପୁରୁଷ ବନ୍ଧୁଙ୍କ ସହ ରହୁଥିଲେ। ଓଡ଼ିଆ ଟେଲି ଧାରାବାହିକ କେମିତି କହିବି କହରେ ଅଭିନୟ କରିଥିଲେ ରଶ୍ମିରେଖା ।