ଅଣସର ଘରେ ଶ୍ରୀଜିଉଙ୍କ ଆଜିଠୁ ଓଷ ଲାଗି

ପୁରୀ,୨୦/୦୬: ଜ୍ୱରରେ ପୀଡିତ ଶ୍ରୀଜିଉ । ତେଣୁ ମହାପ୍ରଭୁଙ୍କ ଉପଚାର ବୈଦ୍ୟଙ୍କ ମାର୍ଗଦର୍ଶନରେ ଚାଲିଛି । ଶ୍ରୀମନ୍ଦିର ବୈଦ୍ୟଙ୍କ ପରାମର୍ଶକ୍ରମେ ଫୁଲୁରୀ ତେଲ ମର୍ଦ୍ଦନ ଦ୍ୱାରା ମହାପ୍ରଭୁଙ୍କ ଜ୍ୱରଜନିତ ଶରୀର ପୀଡା ଉପଶମ ହେବା ବିଶ୍ୱାସ ରହିଛି । ଏହି ଅନୁସାରେ ଗତକାଲି ରାତିରେ ଶ୍ରୀଜୀଉଙ୍କୁ ଔଷଧୀୟ ଜଡିବୁଟି ମିଶ୍ରଣର ସୁଗନ୍ଧଯୁକ୍ତ ଫୁଲୁରୀ ତେଲ ମାଲିସ କରାଯାଇଛି । ପୁରୀର ଓଡିଆ ମଠରେ ଏହି ଫୁଲୁରୀ ତେଲ ପ୍ରସ୍ତୁତ କରାଯାଇଥାଏ । ଏହି ତେଲରେ ବିଭିନ୍ନ ସୁଗନ୍ଧିତ ପୁଷ୍ପ, ଚେରମୂଳି ଓ ଆୟୁର୍ବେଦୀୟ ଜଡିବୁଟି ମିଶାଯାଇଥାଏ । ଆଜିଠାରୁ ଠାକୁରଙ୍କ ଓଷଲାଗି କରାଯିବ । ଏହାପରେ ଠାକୁର ଧୀରେ ଧୀରେ ଜ୍ୱରରୁ ସୁସ୍ଥ ହେବେ ।