ବିଦେଶ ଗସ୍ତରେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୦/୦୬: ଆଜି ବିଦେଶ ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦିଲ୍ଲୀ ଅନ୍ତର୍ଜାତୀୟ ବିମାନବନ୍ଦରରୁ ରୋମ୍‌କୁ ଯାତ୍ରା କରିଛନ୍ତି । ମୁଖ୍ୟମନ୍ତ୍ରୀ ୨୪ ତାରିଖ ଯାଏ ରୋମ୍‌ରେ ରହିବେ । ଏହାଭିତରେ ରୋମ୍‌ରେ ଆୟୋଜିତ ଜାତିସଂଘ ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମରେ ଯୋଗ ଦେବେ । ଏଥିରେ ନବୀନ ଓଡ଼ିଶାର ଖାଦ୍ୟ ସୁରକ୍ଷା ସଫଳତାର କାହାଣୀ ବଖାଣିବେ । ରୋମ୍‌ରେ ରହଣି ସମୟରେ ଭାଟିକାନ ସିଟିକୁ ଯାଇ ସେ ପୋପ୍‌ଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି ।

୨୬ରେ ମୁଖ୍ୟମନ୍ତ୍ରୀ ଦୁବାଇ ଗସ୍ତ କରିବେ । ୨୯ରେ ଦୁବାଇରେ ଆୟୋଜିତ ପୁଞ୍ଜିନିବେଶ ସମ୍ମିଳନୀରେ ଯୋଗ ଦେବେ । ଏହି ଗସ୍ତ ସମୟରେ ଦୁବାଇରେ ରହୁଥିବା ପ୍ରବାସୀ ଓଡ଼ିଆଙ୍କୁ ଭେଟିବାର କାର୍ଯ୍ୟକ୍ରମ ଅଛି । ଦୀର୍ଘ ୧୦ ବର୍ଷ ପରେ ମୁଖ୍ୟମନ୍ତ୍ରୀ ବିଦେଶ ଗସ୍ତରେ ଯାଉଛନ୍ତି ।

ସୂଚନାନୁଯାୟୀ , ମୁଖ୍ୟମନ୍ତ୍ରୀଙ୍କ ସହ ବ୍ୟକ୍ତିଗତ ସଚିବ (୫-ଟି) ଭିକେ ପାଣ୍ଡିଆନ୍‌ ଏବେ ଦିଲ୍ଲୀରେ ଅଛନ୍ତି । ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଶିଳ୍ପ ସଚିବ ହେମନ୍ତ ଶର୍ମା, ଖାଦ୍ୟ ଯୋଗାଣ ସଚିବ ଭିଭି ଯାଦବ ଦିଲ୍ଲୀରେ ପହଞ୍ଚି ନବୀନଙ୍କ ସହ ବିଦେଶ ଗସ୍ତରେ ସାମିଲ ହେବେ । ଦିଲ୍ଲୀ ଆବାସିକ କମିଶନର ରବି କାନ୍ତ ବି ଗସ୍ତରେ ସାମିଲ ହେବେ ।