ଅଗ୍ନିବୀରଙ୍କୁ ଦିଆଯିବ ୨୨ ସୁବିଧା

ଭୁବନେଶ୍ୱର, ୧୯/୧୨: ଅଗ୍ନିପଥ ଯୋଜନାରେ ନିଯୁକ୍ତି ନେଇ ବାୟୁସେନା ବିସ୍ତୃତ ତଥ୍ୟ ଦେଇଛି। ଅଗ୍ନିବୀରଙ୍କୁ ୨୨ ସୁବିଧା ମିିଳିବ। ଯେମିିିତିକି ବେତନ, ୟୁନଫର୍ମ ଓ ଛୁଟି ନେଇ ତଥ୍ୟ ଦିଆଯାଇଛି। କୋଟିଏ ଟଙ୍କା ବୀମା ସହ କ୍ୟାଣ୍ଟିନ ସୁବିଧା ମିିଳିବ। ଚାକିରି କାଳରେ ପ୍ରାଣ ହରାଇଲେ ପରିବାରକୁ  ୧ କୋଟି ଟଙ୍କା ମିଳିବ। ଡ୍ୟୁଟି ସମୟରେ ବିକଳାଙ୍ଗ ହେଲେ ମିଳିବ ୪୪ ଲକ୍ଷ ଟଙ୍କା। ବର୍ଷକୁ ୩୦ ଦିନର ଛୁଟି ମିଳିବ ଓ ଏତଦବ୍ୟତୀତ ମେଡିକାଲ ଛୁଟି ଅଲଗା ରହିିିଛି।

ସେହିପରି ପ୍ରଥମ ବର୍ଷ ଅଗ୍ନିବୀରଙ୍କ ପାଇଁ ୩୦ ହଜାର ଟଙ୍କା ଦରମା ମିଳିବ। ୨୧ ହଜାର ଟଙ୍କା ଦରମା ସିଧା ବ୍ୟାଙ୍କ ଆକାଉଣ୍ଟକୁ ଆସିବ । ବାକି ୯ ହଜାର ଟଙ୍କା ଅଗ୍ନିବୀର କର୍ପସ ଫଣ୍ଡକୁ ଯିବ। ପ୍ରତିବର୍ଷ ଦରମା ବୃଦ୍ଧି ହୋଇ ୪ର୍ଥ ବର୍ଷରେ ୪୦ ହଜାର ଟଙ୍କା ମିଳିବ।