ଆଫଗାନିସ୍ତାନ ଗୁରୁଦ୍ୱାରାରେ ସିରିଜ୍ ବିସ୍ଫୋରଣ

ନୂଆଦିଲ୍ଲୀ,୧୮/୦୬: ଆଫଗାନିସ୍ତାନର କାବୁଲରେ ଥିବା ଗୁରୁଦ୍ୱାର କାର୍ତେ ପରୱାନରେ ସିରିଜ୍ ବିସ୍ଫୋରଣ ହୋଇଛି । ଏହି ଘଟଣାରେ ଗୁରୁଦ୍ୱାର ଫାଟକ ଜଗୁଆଳିର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବାବେଳେ ୨ଜଣ ଆଫଗାନୀ ସୈନ୍ୟ ଗୁରୁତର ଆହତ ହୋଇଛନ୍ତି । ଏହାସହ ପ୍ରାର୍ଥନା କରିବାକୁ ଆସିଥିବା ୭ରୁ ୮ଜଣ ଶ୍ରଦ୍ଧାଳୁ ଏବେବି ଗୁରୁଦ୍ୱାରା ଭିତରେ ଫସିରହିଥିବା ଜଣାପଡିଛି । ଏହି ଆକ୍ରମଣ ପଛରେ ଆତଙ୍କବାଦୀ ସଙ୍ଗଠନ ଆଇଏସଆଇଏସ ଖୋରାସନର ଲିଙ୍କ୍ ଥିବା ସନ୍ଦେହ କରାଯାଉଛି ।

ଆଫଗାନିସ୍ତାନଚୁ ତାଲିବାନ୍ ନିଜ ଦଖଲକୁ ନେବା ପରେ ଏଠାରେ ଅଧିକାାଂଶ ସମୟରେ ଗୁରୁଦ୍ୱାରା ମାନଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ କରୁଥିବା ଦେଖାଯାଉଛି । ଏବେ କାବୁଲରେ ଗୁରୁଦ୍ୱାର କାର୍ତେ ପରୱାନଙ୍କୁ ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି। ଗୁରୁଦ୍ୱାର ସାହିବ ପରିସରରେ ଏକାଧିକ ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି। ଏହାସହ ଗୁରୁଦ୍ୱାରର ସମଗ୍ର ପରିସରରେ ନିଆଁ ଏତେ ପ୍ରବଳ ହୋଇଛି ଯେ, ଏହାକୁ ନିୟନ୍ତ୍ରଣରେ ଆଣିବା କଷ୍ଟକର ହୋଇପଡିଛି ।