ଆଇଏଏସ ସ୍ତରରେ ବଡଧରଣର ଅଦଳବଦଳ

ଭୁବନେଶ୍ୱର,୧୬/୦୬: ଆଇଏଏସ ସ୍ତରରେ ବଡଧରଣର ଅଦଳବଦଳ ହୋଇଛି । ସୁଧାଂଶୁ ମୋହନ ସାମଲ ହେଲେ ଜଳ ସମ୍ପଦ ବିଭାଗ ଯୁଗ୍ମ ସଚିବ। ସେହିପରି ବୁନ୍ଦା. ଡି ଓଏସଏମସିଏଲର ପରିଚାଳନା ନିର୍ଦ୍ଦେଶକ ହୋଇଥିବା ବେଳେ ପ୍ରେମଚନ୍ଦ୍ର ଚୌଧୁରୀ କୃଷି ନିର୍ଦ୍ଦେଶକ ଭାବେ ବଦଳି ହୋଇଛନ୍ତି । ବାଲେଶ୍ୱର ଜିଲ୍ଲାପାଳ ଥିବା କେ ସୁଦର୍ଶନ ଚକ୍ରବର୍ତ୍ତୀ ଖୋର୍ଦ୍ଧା ଜିଲ୍ଲାପାଳ, ସଂଗ୍ରାମ କେଶରୀ ମହାପାତ୍ର ଓଡିଶା ଆଦର୍ଶ ବିଦ୍ୟାଳୟର ପ୍ରକଳ୍ପ ନିର୍ଦ୍ଦେଶକ, ସିଏମସି କମିଶନର ଭାବେ ସୁନ୍ଦରଗଡ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ବଦଳି ହୋଇଛନ୍ତି । ଭୁବନେଶ୍ୱର ମହାନଗର ନିଗମ କମିଶନର ହୋଇଛନ୍ତି ଗଞ୍ଜାମ ଜିଲ୍ଲାପାଳ ଥିବା ବିଜୟ ଅମୃତ କୁଲାଙ୍ଗେ । ମଧୁସ୍ମିତା ସାହୁ ରାଜସ୍ୱ ବିଭାଗର ଯୁଗ୍ମ ସଚିବ ହୋଇଛନ୍ତି ।

କଳାହାଣ୍ଡି ଜିଲ୍ଲାପାଳ ଥିବା ଗାଭିଲ ପରାଗ ହର୍ଷଦ ସୁନ୍ଦରଗଡ ଜିଲ୍ଲାପାଳ ନିଯୁକ୍ତ ହୋଇଛନ୍ତି । ନୂଆପଡା ଜିଲ୍ଲାପାଳ ଥିବା ସ୍ୱାଧା ଦେବ ସିଂହ ରାୟଗଡ ଜିଲ୍ଲାପାଳ ହୋଇଛନ୍ତି । ରାୟଗଡା ଜିଲ୍ଲାପାଳ ଥିବା ସରୋଜ ମିଶ୍ର ଅର୍ଥ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ବଦଳି ହୋଇଛନ୍ତି । ସିଏମସି କମିଶନର ଥିବା ଅନନ୍ୟା ଦାସ ସମ୍ବଲପୁର ଜିଲ୍ଲାପାଳ ଭାବେ ବଦଳି ହୋଇଛନ୍ତି । ସମ୍ବଲପୁର ଜିଲ୍ଲାପାଳ ଥିବା ଦିବ୍ୟଜ୍ୟୋତି ପରିଡା ଗଞ୍ଜାମ ଜିଲ୍ଲାପାଳ ହୋଇଛନ୍ତି । ବ୍ରହ୍ମପୁର ମହାନଗର ନିଗମ କମିଶନର ଥିବା ସିଦେ୍ଧଶ୍ୱର ବଳିରାମ ଭଦ୍ରକ ଜିଲ୍ଲାପାଳ ହୋଇଛନ୍ତି ।