ଓଡ଼ିଶା ଛୁଇଁଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ

ଭୁବନେଶ୍ୱର,୧୬/୦୬: ଓଡ଼ିଶା ଛୁଇଁଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ମୌସୁମୀ ଛୁଇଁବା ନେଇ ଭୁବନେଶ୍ୱର ପାଣିପାଗ କେନ୍ଦ୍ରର ସୂଚନା ଦେଇଛି । ମୌସୁମୀ ପ୍ରଭାବରେ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ସୂଚନା ଅନୁସାରେ ନାଲଗୋଣ୍ଡା ଏବଂ ମଛଲିପଟ୍ଟନମ୍‌ ଭଳି ଅଞ୍ଚଳକୁ ମୌସୁମୀ ଛୁଇଁ ସାରିଛି। ଆନ୍ଧ୍ରରେ ଭଲ ବର୍ଷା ବି ହୋଇଛି। ମୌସୁମୀ ଓଡ଼ିଶା ଛୁଇଁବା ପୂର୍ବରୁ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରାକ୍ ମୌସୁମୀ ବର୍ଷା ହୋଇଛି। ସାଧାରଣତଃ ଜୁନ୍ ୧୭ ସୁଦ୍ଧା ଓଡ଼ିଶାକୁ ମୌସୁମୀ ପ୍ରବେଶ କରିଥାଏ। ସେ ଦୃଷ୍ଟିରୁ ଦେଖିଲେ ଏବର୍ଷ ମୌସୁମୀ ବିଳମ୍ବ ହୋଇନି ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।