ଆରମ୍ଭ ହେଲା ମହାପ୍ରଭୁଙ୍କ ଦେବସ୍ନାନ ନୀତି

ପୁରୀ,୧୪/୦୬:  ଆରମ୍ଭ ହେଲା ମହାପ୍ରଭୁଙ୍କ ଦେବସ୍ନାନ ନୀତି । ୧୦୮ ଗରା ସୁବାସିତ ଜଳରେ ଦିବ୍ୟସ୍ନାନ ଆରମ୍ଭ ହୋଇଯାଇଛି । ସୁନା କୂଅକୁ ଆସିଥିବା ଜଳରେ ସ୍ନାନ କରୁଛନ୍ତି ଶ୍ରୀଜିଉ । ଧାଡ଼ି ପହଣ୍ଡିରେ ଆସି ଆଜି ସ୍ନାନମଣ୍ଡପରେ ବିଜେ କରିଥିଲେ ଶ୍ରୀଜିଉ । ପ୍ରଥମେ ଚକ୍ରରାଜ ସୁଦର୍ଶନ, ପରେ ଶ୍ରୀବଳଭଦ୍ର ବିଜେ କରିଥିଲେ । ଧାଡ଼ିପହଣ୍ଡିରେ ଦେବୀ ସୁଭଦ୍ରା, ଶେଷରେ ଶ୍ରୀଜଗନ୍ନାଥ ବିଜେ କରିଥିଲେ । ସ୍ନାନ ପରେ ତିନି ଠାକୁର ଓ ଅନ୍ୟାନ୍ୟ ବିଗ୍ରହ ମାନଙ୍କୁ ଗଣପତି ବେଶ କରା ଯାଇଥାଏ । ଏହା ଅତ୍ୟନ୍ତ ମନୋରମ ଧାରି ବେଶ ହୋଇଥାଏ ।