ମୋଦୀ ସରକାର ପ୍ରସ୍ତୁତ କଲେ ଆକ୍ସନ ପ୍ଲାନ୍, ଦେଢ ବର୍ଷରେ ପାଇବେ ୧୦ ଲକ୍ଷ ନିଯୁକ୍ତି

ନୂଆଦିଲ୍ଲୀ, ୧୪/୦୬:

ଚାକିରି ଖୋଜୁଥିବା ଯୁବକମାନଙ୍କ ପାଇଁ ମୋଦୀ ସରକାରଙ୍କ ବଡ଼ ନିଷ୍ପତ୍ତି । ଆସନ୍ତା ଦେଢ ବର୍ଷ ମଧ୍ୟରେ କେନ୍ଦ୍ର ସରକାର ସମସ୍ତ ବିଭାଗରେ ୧୦ ଲକ୍ଷ ପଦବୀ ନିଯୁକ୍ତି ପାଇବେ। ଆଗକୁ ସାଧାରଣ ନିର୍ବାଚନ ରହିଛି । ଏହା ପୂର୍ବରୁ ବିରୋଧୀ ବେରୋଜଗାରୀକୁ ମୁଦ୍ଦା କରିବା ସୁନିଶ୍ଚିତ। ତେଣୁ ଏହା ପୂର୍ବରୁ ମୋଦୀ ସରକାର ମୁଦ୍ଦାର ଅନ୍ତ କରିବାକୁ ଅଣ୍ଟା ଭିଡିଥିବା ସୂଚନା ରହିଛି।

ପିଏମଓ ଇଣ୍ଡିଆ ଆକାଉଣ୍ଟରୁ ଏ ସମ୍ପର୍କରେ ସୂଚନା ଦେଇ ଟ୍ୱିଟ୍ କରି କୁହାଯାଇଛି, ‘ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମସ୍ତ ମନ୍ତ୍ରଣାଳୟ ଏବଂ ବିଭାଗରେ ମାନବ ସମ୍ବଳର ସମୀକ୍ଷା କରିଛନ୍ତି। ଏହା ସହିତ ସେ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ ଆଗାମୀ ଦେଢ ବର୍ଷ ମଧ୍ୟରେ ଏହାକୁ ମିଶନ ମୋଡରେ କାମ କରିବା ଏବଂ ୧୦ ଲକ୍ଷ ଲୋକଙ୍କୁ ନିଯୁକ୍ତି ଦିଆଯାଉ।