ସ୍ନାନବେଦିରେ ବିଜେ କଲେ ଚତୁର୍ଦ୍ଧାମୂରତି

ପୁରୀ,୧୪/୦୬: ଆଜି ଦେବସ୍ନାନ ପବିତ୍ର ପୂର୍ଣ୍ଣିମା । ଶ୍ରୀକ୍ଷେତ୍ରରେ ଶ୍ରୀଜିଉଙ୍କ ଦେବସ୍ନାନ ନୀତି ଅନୁଷ୍ଠିତ ହେଉଛି । ଚତୁର୍ଦ୍ଧାମୂରତି ରତ୍ନବେଦି ଛାଡ଼ି ସ୍ନାନବେଦିକୁ ବିଜେ କରିଛନ୍ତି ।  ଧାଡ଼ି ପହଣ୍ଡିରେ ଆସି ସ୍ନାନମଣ୍ଡପରେ ବିଜେ କରିଛନ୍ତି ଶ୍ରୀଜିଉ। ପ୍ରଥମେ ଚକ୍ରରାଜ ସୁଦର୍ଶନ, ପରେ ଶ୍ରୀବଳଭଦ୍ର ବିଜେ କରିିିଛନ୍ତି। ଦେବୀ ସୁଭଦ୍ରା, ଶେଷରେ ଶ୍ରୀଜଗନ୍ନାଥ ବିଜେ କରିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ ଭକ୍ତମାନଙ୍କୁ ଦର୍ଶନ ଦେବା ପାଇଁ ଅତି ସୁନ୍ଦର ଭାବେ ଲୀଳା କରି ସ୍ନାନବେଦିକୁ ଆସିଛନ୍ତି ଚତୁର୍ଧାମୂରତି । ଦୁଇ ବର୍ଷ ପରେ ମହାପ୍ରଭୁଙ୍କ ସ୍ନାନ ଯାତ୍ରାରେ ଭକ୍ତମାନେ ସାମିଲ ହୋଇଛନ୍ତି । ମହାପ୍ରଭୁ ଆଜି 108 ଗରା ଜଳରେ ସ୍ନାନ କରିବେ ।  ପବିତ୍ର ଦେବସ୍ନାନ ପୂର୍ଣ୍ଣିମାରେ  ଶ୍ରୀଜିଉଙ୍କ ସ୍ନାନଯାତ୍ରା ଭୋର ୪ରୁ ପହଣ୍ଡି  ଆରମ୍ଭ ହେବା ସହ ରୀତି ନୀତି ଆରମ୍ଭ ହୋଇଥିଲା। ଆଜି ଚତୁର୍ଦ୍ଧାମୂର୍ତ୍ତି ସ୍ନାନବେଦିରେ ଜଗତବାସୀଙ୍କୁ  ଦର୍ଶନ ଦେଉଛନ୍ତି। ରାତି ସାଢ଼େ ୩ଟାରେ ଡୋରଲାଗି ଓ ପୁଷ୍ପାଞ୍ଜଳି ପରେ ଭୋର ୪ଟାରୁ ଶ୍ରୀଜିଉଙ୍କ ଧାଡ଼ି ପହଣ୍ଡି ଆରମ୍ଭ ହେବାପରେ  ସକାଳ ୬ଟା ସୁଦ୍ଧା ପହଣ୍ଡି ଶେଷପରେ ସ୍ନାନ ନୀତି ଆରମ୍ଭ ହୋଇଛି।