ଡ୍ରଗ୍ସ ମାମଲାରେ ଫସିଲେ ବଲିଉଡ୍ ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କ ଭାଇ

ନୂଆଦିଲ୍ଲୀ,୧୩/୦୬: ପୁଣି ଡ୍ରଗ୍ସ ଜାଲରେ ବଲିଉଡ୍ ତାରକା । ସୁଶାନ୍ତ ସିଂହ ରାଜପୁତଙ୍କ ମାମଲା ପରେ ଜଣଙ୍କ ପରେ ଜଣେ ବଲିଉଡ୍ ତାରକା ଡ୍ରଗ୍ସ ଜାଲରେ ଛନ୍ଦି ହୋଇ ପଡ଼ିଥିଲେ । ଏବେ ସେହି ଡ୍ରଗ୍ସ ମାମଲାରେ ଫସିଛନ୍ତି ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କ ଭାଇ ସିଦ୍ଧାନ୍ତ କପୁର । ଡ୍ରଗ୍ସ ନେବା ଅଭିଯୋଗରେ ବେଙ୍ଗଳୁରୁ ପୋଲିସ ସିଦ୍ଧାନ୍ତଙ୍କୁ ଅଟକ ରଖିଛି ।

ଶ୍ରଦ୍ଧା କପୁରଙ୍କ ଭାଇଙ୍କ ସହ ପୋଲିସ ଡ୍ରଗ୍ସ ଟେଷ୍ଟରେ ୬ ଜଣଙ୍କ ନମୁନା ପଜିଟିଭ୍ ପାଇଛି । ଏମାନେ ସମସ୍ତେ ବେଙ୍ଗଳୁରୁର ଏମଜି ରୋଡ୍ ସ୍ଥିତ ଏକ ହୋଟେଲରେ ପାର୍ଟି କରୁଥିବା ବେଳେ ପୋଲିସ ରେଡ୍ କରିଥିଲା । ସିଦ୍ଧାନ୍ତଙ୍କୁ ପୋଲିସ ହେପାଜତକୁ ନେବା ପରେ ବି ଟାଉନରେ ଅନେକ ଚର୍ଚ୍ଚା ଚାଲିଛି ।