ଛୁଇଁପାରେ ମୌସୁମୀ, ରଜରେ ଭିଜିବ ଓଡ଼ିଶା !

ଭୁବନେଶ୍ୱର,୧୩/୦୬: ରଜରେ ବର୍ଷାରେ ଭିଜିପାରେ ଓଡ଼ିଶା। ଆସନ୍ତା ୨ ଦିନ ମଧ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ଛୁଇଁବା ପାଇଁ ପାଗ ଅନୁକୂଳ ଥିବା ଭୁବନେଶ୍ୱର ସ୍ଥିତ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେଣୁ ପାଗରେ ମଧ୍ୟ ସାମାନ୍ୟ ପରିବର୍ତ୍ତନ ହୋଇଛି।ସେପଟେ ଜୁନରେ ସାରା ରାଜ୍ୟରେ ବର୍ଷା ନିଅଣ୍ଟିଆ ରହିଛି। ଜୁନ ପହିଲାରୁ ୧୨ ତାରିଖ ମଧ୍ୟରେ ରାଜ୍ୟରେ ୧୦. ୭ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଯାହାକି ସ୍ୱାଭାବିକ ବର୍ଷା ୫୦.୮ ମିଲିମିଟର ତୁଳନାରେ ୭୯% କମ୍।