ବାଚସ୍ପତି ଭାବେ ନିର୍ବାଚିତ ହେଲେ ବିକ୍ରମ କେଶରୀ ଆରୁଖ

ଭୁବନେଶ୍ବର,୧୩/୦୬: ଗଞ୍ଜାମ ଭଞ୍ଜନଗରର ବିଧାୟକ ବିକ୍ରମ କେଶରୀ ଆରୁଖ ହୋଇଛନ୍ତି ବିଧାନସଭାର ବାଚସ୍ପତି । ଭଞ୍ଜନଗରର ଏହି ୬ ଥରର ବିଧାୟକ ଶାସକ ଦଳ ପକ୍ଷରୁ ବାଚସ୍ପତି ପାଇଁ ନାମାଙ୍କନ ଦାଖଲ କରିଥିଲେ । ବାଚନିକ ଭୋଟ ପରେ ଆରୁଖଙ୍କୁ ବାଚସ୍ପତି ଭାବେ ଘୋଷଣା କରିଛନ୍ତି ଉପବାଚସ୍ପତି ରଜନୀକାନ୍ତ ସିଂ। ମୁଖ୍ୟମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ନାମ ପ୍ରସ୍ତାବ କରିଥିଲେ। ସଂସଦୀୟ ବ୍ୟାପାର ମନ୍ତ୍ରୀ ଏହି ପ୍ରସ୍ତାଵକୁ ସମର୍ଥନ କରିଥିଲେ।