ଓଲଟିଲା ବସ୍, ୫ଜଣ ମୃତ

ମାଲକାନଗିରି,୧୨/୦୬: ମାଲକାନଗିରି ସୀମାନ୍ତ ଆନ୍ଧ୍ର ପ୍ରଦେଶର ବୋଡୁଗୁଡମ୍ ନିକଟରେ ଅଭାବନୀୟ ଘଟଣା ଘଟିଯାଇଛି । ସେଠାରେ ବସ୍ ଓଲଟି ୫ଜଣଙ୍କ ମୃତ୍ୟୁ ଘଟିଥିବା ଜଣାଯାଇଛି। ସୂଚନା ଅନୁଯାୟୀ, ବିଜୟୱାଡାରୁ ଭବାନୀପାଟଣା ଆସୁଥିବା ଘରୋଇ ବସ ଆନ୍ଧ୍ର ପ୍ରଦେଶର ବୋଡୁଗୁଡମ୍ ନିକଟରେ ଭାରସାମ୍ୟ ହରାଇ ଓଲଟିଥିଲା । ଏହି ଦୁର୍ଘଟଣାରେ ୫ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩୦ ଜଣ ଗୁରୁତର ହୋଇଛନ୍ତି। ସ୍ଥାନୀୟ ଲୋକେ ପ୍ରଥମେ ଯାତ୍ରୀମାନଙ୍କୁ ଉଦ୍ଧାର କରି ଭଦ୍ରାଚଳମ ଚିକିତ୍ସାଳୟକୁ ପଠାଇଥିଲେ। ଘଟଣାସ୍ଥଳରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ମେଡିକାଲରେ ୨ଜଣଙ୍କି ପ୍ରାଣହାନି ଘଟିଥିବା ଜଣାଯାଇଛି। ଏବେବି ୬ ଜଣ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି। ବସରେ ମୋଟ ୪୦ ଜଣ ଯାତ୍ରୀ ଥିଲେ।