ହସ୍ପିଟାଲ୍‌ରେ ଭର୍ତ୍ତି ହେଲେ ସୋନିଆ ଗାନ୍ଧୀ

ନୂଆଦିଲ୍ଲୀ୧୨/୦୬: ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଛନ୍ତି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ । ଜୁନ୍‌ ୨ ତାରିଖରେ କରୋନା ପିଜିଟିଭ୍‌ ହେବା ପରେ ଏବେ ତାଙ୍କ ଅବସ୍ଥା ଜଟିଳ ହେବାରୁ ତାଙ୍କୁ ନୂଆଦିଲ୍ଲୀର ଗଙ୍ଗାରାମ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଛନ୍ତି। ଏବେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି କିନ୍ତୁ ନୀରିକ୍ଷଣ ପାଇଁ ତାଙ୍କୁ ଆଉ କିଛି ଦିନ ହସ୍ପିଟାଲ୍‌ରେ ରଖାଯିବ ବୋଲି ସୂଚନା ମିଳିଛି।

ଉଲ୍ଲେଖଯୋଗ୍ୟ ଯେ ଜୁନ୍‌ ୨ରେ କୋଭିଡ୍‌ ପଜିଟିଭ୍‌ ଚିହ୍ନଟ ହେବା ପରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏକାନ୍ତବାସରେ ଥିଲେ। ସାମାନ୍ୟ ଜ୍ବର ସହ ତାଙ୍କଠାରେ ଅନ୍ୟ କେତେକ ଲକ୍ଷଣ ଦେଖା ଦେଇଥିବାରୁ ସେ ଏକାନ୍ତବାସରେ ରହି ଆବଶ୍ୟକ ଡାକ୍ତରୀ ଚିକିତ୍ସା ଗ୍ରହଣ କରୁଥିଲେ ।