କେଶରୀ ମଲ୍‌ରେ ପୁଣି ଅଗ୍ନିକାଣ୍ଡ

ଭୁବନେଶ୍ୱର,୧୨/୦୬: ରାଜଧାନୀ ଭୁବନେଶ୍ବର କେଶରୀ ମଲ୍‌ରେ ପୁଣି ଅଗ୍ନିକାଣ୍ଡ ଘଟିଛି । ପ୍ରଥମ ଓ ଦ୍ବିତୀୟ ମହଲାରେ ନିଆଁ ଲାଗିଛି । କିନ୍ତୁ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଥିବା ବେଳେ ନିଆଁ ଲିଭା କାର୍ଯ୍ୟ ଜାରି ରହିଛି । ଲୋକଙ୍କ ପାଇଁ ମଲ୍‌କୁ ବନ୍ଦ କରାଯାଇଛି । ସୂଚନାଯୋଗ୍ୟ ଯେ ଗତ କିଛି ମାସ ତଳେ କେଶରୀ ମଲରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିବା ବେଳେ ଆଜି ପୁଣି କେଶରୀ ମଲରେ ଅଗ୍ନିକାଣ୍ଡ ଘଟିଛି । କେଶରୀ ମଲରେ ଥିବା ଏକ ଦୋକାନରେ ପ୍ରଥମେ ନିଆଁ ଲାଗିଥିଲା । ପରେ ଅନ୍ୟଆଡକୁ ବ୍ୟାପିଥିଲା ।ତେବେ ଦୋକାନରେ ଥିବା ଏକ ଫ୍ୟାନରେ ସଟସର୍କିଟ୍ କାରଣରୁ ନିଆଁ ଲାଗିଥିବା କୁହାଯାଉଛି । ଫ୍ୟାନରେ ଥିବା ମୋଟର ଏବଂ ପ୍ଲାଷ୍ଟିକ୍ ଅଂଶ ଜଳିଯାଇଛି । ନିଆଁ ଲାଗିବା ପରେ ସମ୍ପୁର୍ଣ୍ଣ ମଲ ଧୁଆଁମୟ ହୋଇଯାଇଥିଲା । ।