ଭୁବନେଶ୍ବରରେ ପହଁଚିଲେ ଉଭୟ ଭାରତ ଓ ଦକ୍ଷିଣ ଆଫ୍ରିକା ଟିମ୍ ଖେଳାଳି

ଭୁବନେଶ୍ବର,୧୦/୬: ବାରବାଟୀ ଟି-୨୦ ପାଇଁ ଭୁବନେଶ୍ବରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଉଭୟ ଭାରତ ଓ ଦକ୍ଷିଣ ଆଫ୍ରିକା ଟିମ୍ ଖେଳାଳି ପହଞ୍ଚିଛନ୍ତି। ଏହାପରେ ଉଭୟ ଟିମକୁ ସ୍ୱତନ୍ତ୍ର ବସ ଯୋଗେ ହୋଟେଲ ମେ’ ଫେୟାରକୁ ନିଆଯାଇଛି। ବିମାନବନ୍ଦରଠାରୁ ହୋଟେଲ ଓ ଷ୍ଟାଡିୟମ ଯାଏଁ କଡ଼ା ସୁରକ୍ଷାର ବ୍ୟବସ୍ଥା କରାଯାଇଥିଲା। ଖେଳାଳିଙ୍କ ସ୍ୱାଗତ ପାଇଁ ଭୁବନେଶ୍ୱର ହୋଟେଲ ମେ’ ଫେୟାରରେ ମଧ୍ୟ ସ୍ୱତନ୍ତ୍ର ପ୍ରସ୍ତୁତି କରାଯାଇଛି। ସୂଚନାଯୋଗ୍ୟ ଯେ , ୧୨ ତାରିଖରେ ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ଟି୨୦ ଅନ୍ତର୍ଜାତିକ ମ୍ୟାଚ୍ ଅନୁଷ୍ଠିତ ହେବ।