ବାଚସ୍ପତି ନିର୍ବାଚନ ଲାଗି ନାମାଙ୍କନ ଦାଖଲ କଲେ ବିକ୍ରମ କେଶରୀ ଆରୁଖ

ଭୁବନେଶ୍ୱର,୧୦/୬: ଆଜି ବାଚସ୍ପତି ନିର୍ବାଚନ ଲାଗି ନାମାଙ୍କନ ଦାଖଲ ହୋଇଛି । ବିଧାନସଭା ସଚିବଙ୍କ ନିକଟରେ ନାମାଙ୍କନ ଦାଖଲ କରିଛନ୍ତି ବାଚସ୍ପତି ପ୍ରାର୍ଥୀ । ବିଜେଡି ପକ୍ଷରୁ ବିକ୍ରମ କେଶରୀ ଆରୁଖ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । ଏ ନେଇ ପ୍ରାର୍ଥୀ ବିକ୍ରମ ଆରୁଖ କହିଛନ୍ତି, ମୁଖ୍ୟମନ୍ତ୍ରୀ ମୋ ନାଁକୁ ପ୍ରସ୍ତାବ କରିଥିବା ଯୋଗୁଁ ମୁଁ ତାଙ୍କୁ ଧନ୍ୟବାଦ ଜଣାଉଛି । ଆଗାମୀ ଦିନରେ ଓଡିଶା ବିଧାନସଭାର ଯେଉଁ ପରମ୍ପରା ଓ ଗାରିମା ରହିଛି ତାକୁ ବଜାୟ ରଖିବା ପାଇଁ ମୁଁ ନିଶ୍ଚିତ ଚେଷ୍ଟା କରିବି ।

ନିକଟରେ ତାଙ୍କୁ ମନ୍ତ୍ରିମଣ୍ଡଳରୁ ଅବ୍ୟାହତି ଦିଆଯାଇଛି । ତେବେ ବିରୋଧୀଙ୍କ ପାଖରେ ସଂଖ୍ୟା ନଥିବାରୁ ବିଜେଡି ପ୍ରାର୍ଥୀ ଜିତିବା ଏକ ପ୍ରକାର ସ୍ପଷ୍ଟ । ଅନ୍ୟପକ୍ଷରେ ଆଗାମୀ ୧୩ ତାରିଖରେ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ବସିବ । ସେହିଦିନ ନୂଆ ବାଚସ୍ପତି ଶପଥ ନେବେ ବୋଲି ଜଣାପଡିଛି ।