ଗୁଗଲ ପ୍ଲେ ଷ୍ଟୋର୍‌କୁ EOWର ଚିଠି

ଭୁବନେଶ୍ୱର, ୯/୬: ଅନଲାଇନରେ ବେଆଇନ୍ ଆପ୍ ଜରିଆରେ ଲୋକଙ୍କୁ ଠକିବା ଘଟଣାରେ ଗୁଗୁଲ ପ୍ଲେ ଷ୍ଟୋର କୁ ଚିଠି ଲେଖିଛି EOW। ଗୁଗଲର ଲିଗାଲ ଇନ୍‌ଭେଷ୍ଟିଗେଟିଭ ସପୋର୍ଟକୁ ୪୫ଟି ଠକେଇ ଅନଲାଇନ ଲୋନ୍ ଆପ୍ସ ସଂପର୍କରେ ଉପରେ ରୋକ ଲଗାଇବାକୁ ଓ ତଥ୍ୟ ଦେବାକୁ ଉଲ୍ଲେଖ କରାଯାଇଛି। ପ୍ଲେଷ୍ଟୋରରୁ ଏହି ଆପଗୁଡ଼ିକୁ ହଟାଇବାକୁ ଅନୁରୋଧ କରାଯାଇଛି।

ଗତ ୭ ତାରିଖରେ ଲେଖାଯାଇଥିବା ଏକ ଚିଠିରେ ୪୫ଟି ଆପ୍‌ର ନାଁ ଉଲ୍ଲେଖ ରହିଛି । ପୂର୍ବରୁ ଏହିଭଳି ୨ଟି ଫ୍ରଡ୍ ଲୋନ୍ ଆପ୍ କୋକୋ ଲୋନ୍ ଓ ଜୋଜୋ ଲୋନ୍ ଆପ୍ ବିଷୟରେ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ପକ୍ଷରୁ ଅବଗତ କରାଯାଇଥିଲା ।