ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜ୍‌ରୁ ବାଦ୍ ପଡିଲେ କେଏଲ୍‌ ରାହୁଲ

ନୂଆଦିଲ୍ଲୀ,୮/୬: ବାଦ୍‌ ପଡ଼ିଲେ ରାହୁଲ । ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜ୍‌ରୁ ବାଦ୍‌ ପଡ଼ିଛନ୍ତି ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ କେଏଲ୍‌ ରାହୁଲ । ତେଣୁ ଆଗାମୀ ୧୨ ତାରିଖରେ କଟକ ବାରବାଟୀ ଷ୍ଟାଡିୟମ୍‌ରେ ଖେଳାଯିବାକୁ ଥିବା ଭାରତ- ଦକ୍ଷିଣ ଆଫ୍ରିକା ମ୍ୟାଚ୍‌ରେ ରାହୁଲ ନଜର ଆସିବେ ନାହିଁ । ଆହତ କାରଣୁ ତାଙ୍କୁ ଏହି ୫ ମ୍ୟାଚ୍‌ ବିଶିଷ୍ଟ ଟି-ଟ୍ୱେଣ୍ଟି ସିରିଜ୍‌ରୁ ବାଦ୍‌ ଦିଆଯାଇଛି । ରାହୁଲଙ୍କ ସ୍ଥାନରେ ରିଷବ ପନ୍ଥ ନେବେ ଭାରତୀୟ କ୍ରିକେଟ୍‌ ଦଳର ନେତୃତ୍ୱ । କଟକରେ ଆସନ୍ତା ୧୨ ତାରିଖରେ ହେବାକୁ ଥିବା ମ୍ୟାଚ୍‌, ସିରିଜ୍‌ ଦ୍ୱିତୀୟ ମ୍ୟାଚ୍ । ସେହିଭଳି ସ୍ପିନର କୁଲଦୀପ ଯାଦବ ମଧ୍ୟ ଆହତ ହୋଇ ସିରିଜ୍‌ରୁ ବାଦପଡ଼ିଛନ୍ତି । ହାର୍ଦ୍ଦିକ ପାଣ୍ଡ୍ୟା ଉପଅଧିନାୟକ ଦାୟିତ୍ୱ ତୁଲାଇବେ ।