ଷ୍ଟେଟ୍‌ ଆନିମଲ ହେଲ୍‌ପ ଲାଇନ୍‌ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୭/୬: ଷ୍ଟେଟ୍‌ ଆନିମଲ ହେଲ୍‌ପ ଲାଇନ୍‌ର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଅସହାୟ ପ୍ରାଣୀମାନଙ୍କୁ ସେବା ଦେବାପାଇଁ ଟୋଲ୍ ଫ୍ରି ନମ୍ବର ୧୯୬୨ ଜାରି ହୋଇଛି। ଟେଲି ଭେଟେରିନାରୀ ସେବା ଓ ମତ୍ସ୍ୟ, ପ୍ରାଣୀସମ୍ପଦ ମ୍ୟାପିଂ ବ୍ୟବସ୍ଥାର ଶୁଭାରମ୍ଭ ହୋଇଥିବା ନେଇ ସୂଚନା ରହିଛି। ଏହାସହ ଅସହାୟ ପ୍ରାଣୀମାନଙ୍କୁ ସହାୟତା ପାଇଁ ଆଗେଇ ଆସିବାକୁ ଜନତାଙ୍କୁ ନିବେଦନ କରିଛନ୍ତି ମୁଖ୍ୟମନ୍ତ୍ରୀ।