ଆଜିଠୁ ରାଜ୍ୟର ସମସ୍ତ ସ୍କୁଲ ଛୁଟି

ଭୁବନେଶ୍ୱର,୬/୬: ଆଜିଠୁ ରାଜ୍ୟର ସମସ୍ତ ସ୍କୁଲ ଗୁଡିକରେ ଖରା ଛୁଟି ବା ସମର ଭ୍ୟାକେସନ ଦିଆଯାଇଛି । ସମସ୍ତ ପ୍ରାଥମିକ , ଉଚ୍ଚପ୍ରାଥମିକ ଓ ମାଧ୍ୟମିକ ବିଦ୍ୟାଳୟ ରେ ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ଖରାଛୁଟି ରହିବ । ଗତ ଦୁଇବର୍ଷ ହେବ କରୋନା ପାଇଁ ପାଠପଢା ପ୍ରଭାବିତ ହୋଇଥିବାରୁ ଚଳିତବର୍ଷ ଖରାଛୁଟି ଅବଧିକୁ କମାଇ ଦିଆଯାଇଛି । ପାଠପଢ଼ାକୁ ଦୃଷ୍ଟିରେ ରଖି ଏଥର ୧୧ ଦିନିଆ ସ୍କୁଲ ଛୁଟି କରାଯାଇଛି । ଏନେଇ ପୂର୍ବରୁ ଘୋଷଣା କରିଥିଲେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ । ପୂର୍ବରୁ ସକାଳ ୬ଟାରୁ ଦିନ ୯ଟା ପର୍ୟ୍ୟନ୍ତ ପିଲାମାନେ କ୍ଳାସ କରୁଥିଲେ । ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟରେ ସକାଳୁଆ କ୍ଳାସ ଆରମ୍ଭ ହୋଇଥିଲା । ପାଠପଢ଼ା ପ୍ରଭାବିତ ହୋଇଥିବାରୁ ଛାତ୍ରଛାତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ଲର୍ଣ୍ଣିଂ ରିକଭରୀ ପ୍ଲାନ ଅବା ଶିକ୍ଷା ଉପଯୋଗୀ ପନ୍ଥା ଗ୍ରହଣ କରିଛି ଗଣଶିକ୍ଷା ବିଭାଗ । ସେଥିପାଇଁ ୧୧ ଦିନିଆ ଛୁଟି ଘୋଷଣା କରାଯାଇଛି ।