ଶପଥ ନେଲେ ୧୩ କ୍ୟାବିନେଟ୍ ଓ ୮ଜଣ ରାଷ୍ଟ୍ରମନ୍ତ୍ରୀ, ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ୱ

ଭୁବନେଶ୍ବର,୫/୬: ଆଜି ୧୧ଟା ୪୫ରେ ନୂଆ ମନ୍ତ୍ରିମଣ୍ଡଳର ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଛି। ଲୋକସେବା ଭବନର କନଭେକ୍ସନ ହଲ‌ରେ ଏଥିପାଇଁ ଭବ୍ୟ ଆୟୋଜନ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମନ୍ତ୍ରୀମାନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଆଜି ମୋଟ ୨୧ଜଣ ଜଣ ବିଧାୟକ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଏଥିରେ ୧୩ଜଣ କ୍ୟାବିନେଟ୍ ଓ ୮ଜଣ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ଅଛନ୍ତି। ଏହି ନୂଆ ମନ୍ତ୍ରିମଣ୍ଡଳରେ ୫ ଜଣ ମହିଳାଙ୍କୁ ମଧ୍ୟ ମନ୍ତ୍ରୀ ପଦ ମିଳିଛି। ଏମାନଙ୍କ ଭିତରୁ ୩ଜଣଙ୍କୁ କ୍ୟାବିନେଟ୍ ଓ ୨ଜଣଙ୍କୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ମିଳିଛି।

କ୍ୟାବିନେଟ୍ ମନ୍ତ୍ରୀ ତାଲିକା

ପ୍ରଫୁଲ୍ଲ ମଲ୍ଲିକ –ଖଚ୍ଚି ଓ ଇସ୍ପାତ ମନ୍ତ୍ରୀ
ପ୍ରତାପ କେଶରୀ ଦେବ- ଶିଳ୍ପ ଓ ଶକ୍ତି ମନ୍ତ୍ରି
ଜଗନ୍ନାଥ ସାରକା -ଆଦିବାସୀ କଲ୍ୟାଣ ମନ୍ତ୍ରି
ରଣେନ୍ଦ୍ର ପ୍ରତାପ ସ୍ୱାଇଁ –କୃଷିମନ୍ତ୍ରୀ
ପ୍ରମିଳା ମଲ୍ଲିକ୍ –ରାଜସ୍ୱ, ବିପର୍ୟ୍ୟୟ ପରିଚାଳନା ମନ୍ତ୍ରୀ
ନିରଞ୍ଜନ ପୂଜାରୀ-ଅର୍ଥମନ୍ତ୍ରୀ
ଉଷା ଦେବୀ –ଗୃହ ନଗର ଉନ୍ନୟନ ମନ୍ତ୍ରୀ
ଅତୁନୁ ସବ୍ୟସାଚୀ ନାୟକ- ଖାଦ୍ୟ ଯୋଗାଣ ସମବାୟ ମନ୍ତ୍ରୀ
ପ୍ରଦୀପ ଅମାତ୍ – ଜଙ୍ଗଲ ଓ ପରିବେଶ ପଞ୍ଚାୟତରାଜ
ନବକିଶୋର ଦାଶ- ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ
ଅଶୋକ ଚନ୍ଦ୍ର ପଣ୍ଡା –ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ
ଟୁକୁନି ସାହୁ- ଜଳ ସମ୍ପଦ ,ବାଣିଜ୍ୟ ଓ ପରିବହନ ମନ୍ତ୍ରୀ
ରାଜେନ୍ଦ୍ର ଢୋଲକିଆ- ଯୋଜନା ଓ ସଂଯୋଜନା ମନ୍ତ୍ରୀ

ରାଷ୍ଟ୍ରମନ୍ତ୍ରୀ ତାଲିକା

ସମୀର ରଞ୍ଜନ ଦାଶ – ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ
ଅଶ୍ୱିନୀ କୁମାର ପାତ୍ର-ପର୍ୟ୍ୟଟନ ,ଅବକାରୀ ମନ୍ତ୍ରୀ
ପ୍ରୀତିରଞ୍ଜନ ଘଡେଇ-ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ
ଶ୍ରୀକାନ୍ତ ସାହୁ-ଶ୍ରମ ଓ ନିଯୁକ୍ତନ ମନ୍ତ୍ରୀ
ତୁଷାରକାନ୍ତି ବେହେରା- କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ
ରୋହିତ ପୂଜାରୀ- ଉଚ୍ଚଶିକ୍ଷା ମନ୍ତ୍ରୀ
ରୀତା ସାହୁ-ହସ୍ତତନ୍ତ ଓ ବୟନଶିଳ୍ପ ମନ୍ତ୍ରୀ
ବାସନ୍ତୀ ହେମ୍ବ୍ରମ- ମହିଳା ଶିଶୁ କଲ୍ୟାଣ ମିଶନ ଶକ୍ତି