ବ୍ରଜରାଜନଗରରେ ବିଜେଡିର ବାଜିମାତ

ଭୁବନେଶ୍ୱର,୩/୬: ବ୍ରଜରାଜନଗର ଉପନିର୍ବାଚନରେ ବିଜେଡି ବାଜିମାତ୍ କରିଛି। ବଡ଼଼ ବ୍ୟବଧାନରେ ବିଜୟୀ ହୋଇଛନ୍ତି ବିଜେଡି ପ୍ରାର୍ଥୀ ଅଳକା ମହାନ୍ତି । ୬୬ ହଜାର ୧୨୨ ଭୋଟରେ ବିଜୟ ଲାଭ କଲେ ବିଜେଡି ପ୍ରାର୍ଥୀ ଅଳକା ମହାନ୍ତି । ବିଜୟ ପରେ ବିଜୟ ଉତ୍ସବ ମନାଉଛନ୍ତି ବିଜେଡି କର୍ମୀ । କଂଗ୍ରେସ ପ୍ରାର୍ଥୀ କିଶୋର ପଟେଲଙ୍କୁ ହରାଇଲେ ଅଳକା । ବିଜେପି ପ୍ରାର୍ଥୀ ରାଧାରାଣୀ ପଣ୍ଡା ତୃତୀୟ ସ୍ଥାନରେ ରହିଛନ୍ତି ।

ଚଳିତ ଉପନିର୍ବାଚନରେ ବିଜେପିକୁ ପଛରେ ପକାଇ ବ୍ରଜରାଜନଗରରେ ଦ୍ବିତୀୟ ସ୍ଥାନରେ ରହିଛି କଂଗ୍ରେସ । ଉଭୟ ବିଜେପି ଓ କଂଗ୍ରେସ କେନ୍ଦ୍ରୀୟ ନେତାଙ୍କ ଉପରେ ଭରସା କରିଥିଲେ ମଧ୍ୟ ବିଜେପିକୁ ଲୋକ ସଂପୂର୍ଣ୍ଣ ପ୍ରତ୍ୟାଖ୍ୟାନ କରିଛନ୍ତି । କଂଗ୍ରେସକୁ ପ୍ରଚାରର ଫଳ ମିଳିଥିବା ଦଳ କହିଛି ।