ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ: ପିଟିସନ୍‌କୁ ରଦ୍ଦ କଲେ ସୁପ୍ରିମ୍‌ କୋର୍ଟ

ପୁରୀ,୩/୬: ପୁରୀ ପରିକ୍ରମା ପ୍ରକଳ୍ପ ନେଇ ସୁପ୍ରିମକୋର୍ଟଙ୍କ ଫୈସଲା ଆସିଛି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ହୋଇଥିବା ଦୁଇଟି ଆବେଦନକୁ ରଦ୍ଦ କରିଛନ୍ତି ସର୍ବେଚ୍ଚ ନ୍ୟାୟାଳୟ । ଏହାସହ ସୁପ୍ରିମକୋର୍ଟରେ ଓଡ଼ିଶା ସରକାରଙ୍କ ବିଜୟ ହୋଇଛି । ଏସଏଲପିକୁ ଖାରଜ କରିଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ଭକ୍ତଙ୍କ ସୁରକ୍ଷା ଦୃଷ୍ଟିରୁ ମାମଲାକୁ ଖାରଜ କରିଦେବା ସହ ଦୁଇ ଆବେଦନକାରୀଙ୍କୁ ଜରିମାନା ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । କୋର୍ଟଙ୍କ ସମୟ ନଷ୍ଟ କରିଥିବାରୁ ଲକ୍ଷେ ଟଙ୍କା ଲେଖାଏଁ ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।

ସୂଚନାଯୋଗ୍ୟ ଯେ ଗତକାଲି ସବୁ ପକ୍ଷକୁ ଶୁଣିବା ପରେ ଦୁଇ ଜଣିଆ ଖଣ୍ଡପୀଠ ରାୟ ସଂରକ୍ଷିତ ରଖିଥିଲେ । ବେଆଇନ ନିର୍ମାଣ ଓ ଖନନ ହୋଇଥିବା ଅଭିଯୋଗ ହୋଇଥିଲା । ୨ଜଣ ବ୍ୟକ୍ତି ସୁପ୍ରିମକୋର୍ଟରେ ସ୍ୱତନ୍ତ୍ର ଲିଭ୍ ପିଟିସନ ଦାୟର କରିଥିଲେ । ତେବେ ରହିତାଦେଶ ଏଡାଇବାକୁ ସରକାର କ୍ୟାଭିଏଟ୍ କରିଥିଲେ । ଏବେ ସୁପ୍ରିମକୋର୍ଟଙ୍କ ସବୁଜ ସଙ୍କେତ ପରେ ଜାରି ରହିବ ପରିକ୍ରମା ପ୍ରକଳ୍ପର ନିର୍ମାଣ କାମ ।