ଆଜି ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହେବେ ହାର୍ଦ୍ଦିକ ପଟେଲ

ନୂଆଦିଲ୍ଲୀ,୨/୬: ବିଜେପିରେ ସାମିଲ ହେବାକୁ ଘୋଷଣା କରିଥିବା ହାର୍ଦ୍ଦିକ ପଟେଲ ଆଜି ବିଧିବଦ୍ଧ ଭାବେ ସାମିଲ ହେବେ । ଟ୍ୱିଟ୍ କରି ହାର୍ଦ୍ଦିକ ଲେଖିଛନ୍ତି ଯେ, ‘ରାଷ୍ଟ୍ରହିତ, ପ୍ରଦେଶହିତ, ଓ ଜନହିତର ଭାବନାକୁ ମନରେ ନେଇ ଆଜି ତାଙ୍କ ଜୀବନରେ ଏକ ନୂଆ ଅଧ୍ୟାୟ ଆରମ୍ଭ ହେବାକୁ ଯାଉଛି । ଭାରତର ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ରାଷ୍ଟ୍ର୍ରସେବାରେ ଛୋଟ ସିପାହୀ ଭଳି ସେବା କରିବେ ବୋଲି ସେ କହିଛନ୍ତି । ସୂଚନାଯୋଗ୍ୟ ଯେ କିଛି ଦିନ ପୂର୍ବରୁ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖି ନିଜ ଇସ୍ତଫା କଥା ଜଣାପଇଥିଲେ ହାର୍ଦ୍ଦିକ ।ଏହାସହ ଦଳରେ ନେତୃତ୍ୱ ସହ ଅନେକ ଅବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଥିଲେ ।