ଓଡ଼ିଶାର ୨ ସହିଦଙ୍କୁ ଶୌର୍ଯ୍ୟଚକ୍ର ସମ୍ମାନ

ଭୁବନେଶ୍ୱର,୩୧/୫: ଓଡ଼ିଶାର ୨ସହିଦଙ୍କୁ ଶୌର୍ଯ୍ୟଚକ୍ର ସମ୍ମାନ ରେ ସମ୍ମାନିତ କରାଯାଇଛି। ଓଡ଼ିଶାର ୨ ବୀର ସହିଦଙ୍କୁ ମରଣୋତ୍ତର ଶୌର୍ଯ୍ୟଚକ୍ର ପ୍ରଦାନ କରାଯାଇଛି। ୨ ବୀର ସହିଦ ହେଉଛନ୍ତି କମାଣ୍ଡୋ ଦେବାଶିଷ ସେଠୀ ଓ ସୁଧୀର ଟୁଡୁ।ରାଷ୍ଟ୍ରପତି ଭବନରେ ସମ୍ମାନ ପ୍ରଦାନ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଦେବାଶିଷଙ୍କ ବାପା ମା ଓ ସୁଧୀରଙ୍କ ମାଙ୍କୁ ସମ୍ମାନ ପ୍ରଦାନ କରିଛନ୍ତି ରାଷ୍ଟ୍ରପତି