ରାଜ୍ୟରେ ଜୁନରେ ହେବ ଭଲ ବର୍ଷା

ଭୁବନେଶ୍ୱର,୩୧/୫: ରାଜ୍ୟରେ ଏବେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଟାଣ ଖରା ଓ ଗରମରେ ଆଉଟ ପାଉଟ ହେଉଛନ୍ତି ଲୋକେ। ଏହାରିମଧ୍ୟରେ ଆଶ୍ବସ୍ଥିକର ଖବର ସାମ୍ନାକୁ ଆସିଛି। ଓଡ଼ିଶାରେ  ଜୁନରେ ଭଲ ବର୍ଷା ହେବ । କିଛି ଅଞ୍ଚଳରେ ସ୍ବାଭାବିକ ଠାରୁ କମ୍‌ ବର୍ଷା ହେବ । ଉତ୍ତର ଓ କେନ୍ଦ୍ର ଓଡ଼ିଶାରେ ସ୍ବାଭାବିକ ଠାରୁ କମ୍‌ ବର୍ଷା ହେବା ସମ୍ଭାବନା ରହିଛି । କିନ୍ତୁ
ଓଡ଼ିଶାରେ କେବେ ମୌସୁମି ପହଞ୍ଚିବ ସଠିକ ଆକଳନ ହୋଇନି । ସାଧାରଣତଃ ଜୁନ ୧୨ରୁ ୧୫ ଭିତରେ ଓଡ଼ିଶା ଛୁଇଁଥାଏ ମୌସୁମି। ସୂଚନାଯୋଗ୍ୟ ଯେ କେରଳ ପରେ ତାମିଲନାଡୁରେ ପହଞ୍ଚି ସାରିଛି ମୌସୁମି ।