ଯୌତୁକ ପାଇଁ ନବବଧୂକୁ ହତ୍ୟା!

ଭୁବନେଶ୍ୱର,୩୧/୫: ରାଜ୍ୟରେ ଏବେ ଅପରାଧ ବଢ଼ିବାରେ ଲାଗିଛି। ଏହାରିମଧ୍ୟରେ ରାଜଧାନୀରେ ଯୌତୁକ ପାଇଁ ନବବଧୂକୁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ ଆସିଛି। ବାପଘର ଲୋକଙ୍କ ଅଭିଯୋଗ ପରେ ଖଣ୍ଡଗିରି ଥାନାରେ ମାମଲା ରୁଜୁ ହୋଇଛି।

ସୂଚନାଯୋଗ୍ୟ ଯେ ଏପ୍ରିଲ ୨୮ରେ ଭଦ୍ରକ ତିହିଡ଼ିର ଝିଅ ପ୍ରଭାବତିଙ୍କ ବାହାଘର ହୋଇଥିଲା ।ଭୁବନେଶ୍ବର ସରକାନ୍ତରାର ପ୍ରକାଶ ଖୁଣ୍ଟିଆଙ୍କ ସହ ବିବାହ ହୋଇଥିଲା।