ପ୍ରକାଶ ପାଇଲା ସିଭିଲ୍ ସର୍ଭିସ୍ ପରୀକ୍ଷାଫଳ

ଭୁବନେଶ୍ୱର,୩୦/୦୫: ଆଜି ସିଭିଲ୍ ସର୍ଭିସ୍ ପରୀକ୍ଷାଫଳ ପ୍ରକାଶ ପାଇଛି। ଶ୍ରୁତି ଶର୍ମା IAS ଟପ୍ପର ହୋଇଥିବା ବେଳେଟପ୍ ୪ ରାଙ୍କରେ ଅଛନ୍ତି ଝିଅ। ଅଙ୍କିତା ଅଗ୍ରୱାଲ୍-୨ୟ, ଜାମିନୀ ସିଙ୍ଗଲା-୩ୟ, ଐଶ୍ବର୍ଯ୍ୟା ବର୍ମା- ୪ର୍ଥ। ଓଡ଼ିଶାର କାର୍ତ୍ତିକ ଶର୍ମା ୬୩ ତମ ସ୍ଥାନରେ ରହିଛନ୍ତି। ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି ୬୮୫ ଜଣ।

ସେହିପରି ୧୮୦ -IAS, ୩୭- IFS, ୨୦୦-IPS ପାଇଁ ଚୟନ ହୋଇଛନ୍ତି। ଗ୍ରୁପ୍ A ସର୍ଭିସରେ- ୨୪୨, ଗ୍ରୁପ୍ Bରେ ୯୦ ଜଣ ଚୟନ ହୋଇଛନ୍ତି।