କେରଳ ଛୁଇଁଲା ମୌସୁମୀ

ଭୁବନେଶ୍ୱର,୨୯/୫: ରାଜ୍ୟରେ ଏବେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଏହାସହ ପ୍ରବଳ ତାତି କୁ ଗରମ ଅନୁଭୂତ ହେଉଛି। ଏହାରିମଧ୍ୟରେ କେରଳ ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ସ୍ବାଭାବିକ ସମୟରୁ ୩ ଦିନ ପୂର୍ବରୁ କେରଳ ଛୁଇଁଛି ମୌସୁମୀ। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ପୂର୍ବ ନିର୍ଦ୍ଧାରିତ ସମୟର ଦୁଇ ଦିନ ବିଳମ୍ବରେ କେରଳ ଉପକୂଳରେ ପହଞ୍ଚିଛି ମୌସୁମୀ। ତେବେ ସପ୍ତାହକ ପରେ ଓଡ଼ିଶାରେ ମୌସୁମୀ ବାୟୁ ପହଞ୍ଚିବ ବୋଲି ଆକଳନ କରାଯାଉଛି।