ୟୁକ୍ରେନରେ ଆକ୍ରମଣକୁ ଜୋରଦାର କରିଛି ପୁଟିନ ସେନା

ନୂଆଦିଲ୍ଲୀ,୨୯/୫: ପୂର୍ବ ଓ ଦକ୍ଷିଣ ୟୁକ୍ରେନରେ ଆକ୍ରମଣକୁ ଜୋରଦାର କରିଛି ପୁଟିନ ସେନା। ୟୁକ୍ରେନର ସହର ଲିମାନକୁ କବଜା କଲା । ୟୁକ୍ରେନକୁ ବିଭିନ୍ନ ଦେଶର ଅସ୍ତ୍ରଶସ୍ତ୍ର ଯୋଗାଣ ନେଇ ପୁଟିନ ଚେତାବନୀ ଦେଇଛନ୍ତି। ଫ୍ରାନ୍ସ ରାଷ୍ଟ୍ରପତି ଓ ଜର୍ମାନୀ ଚାନ୍ସେଲରଙ୍କୁ ଚେତାବନୀ ଦେଇଥିବା ସୁଚନା ମିଳିଛି। ଏହାସହ ୟୁକ୍ରେନକୁ ଅସ୍ତ୍ର ଯୋଗାଣ ଅତି ଭୟଙ୍କର ହେବ ବୋଲି ପୁଟିନ କହିଛନ୍ତି।