ନନ୍ଦନକାନନ ରେ ଆଫ୍ରିକୀୟ ସିଂହୀ ଗଙ୍ଗା ମୃତ

ଭୁବନେଶ୍ୱର,୨୮/୫: ନନ୍ଦନକାନନ ଖୁଆଡ଼ ନଂ ୩୦(ଖ)ରେ ରହୁଥିବା ଆଫ୍ରିକୀୟ ସିଂହୀ ଗଙ୍ଗାର ମୃତ୍ୟୁ ଘଟିଛି। ଖୁଆଡ଼ ଭିତରେ ବିଷାକ୍ତ ସର୍ପ ଦଂଶନରୁ ସିଂହୀର ମୃତ୍ୟୁ ହୋଇଥିବା ନେଇ ସନ୍ଦେହ କରାଯାଉଛି।

ସୂଚନାଯୋଗ୍ୟ ଯେ ସକାଳୁ ଗଙ୍ଗାର ସ୍ବଭାବରେ ପରିବର୍ତ୍ତନ ହେବାରୁ ଚିକିତ୍ସା ଆରମ୍ଭ ହୋଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ସିଂହୀ ଗଙ୍ଗାର ମୃତ୍ୟୁ ହୋଇଛି।