ବଦଳିବେ ହାଇକୋର୍ଟ ବିଚାରପତି

ଭୁବନେଶ୍ୱର, ୨୭/୫: ଦେଶରେ ୬ଜଣ ହାଇକୋର୍ଟ ବିଚାରପତି ବଦଳିବେ। ତାଙ୍କର ବଦଳିକୁ ସୁପ୍ରିମକୋର୍ଟ କଲେଜିୟମର ଅନୁମୋଦନ ମିଳିଛି । ଓଡ଼ିଶା ହାଇକୋର୍ଟର ବିଚାରପତି ଚିତ୍ତରଞ୍ଜନ ଦାସଙ୍କୁ କଲିକତା ହାଇକୋର୍ଟକୁ ବଦଳି ହୋଇଥିବା ସୂଚନା ମିଳିଛି। ତ୍ରିପୁରା ହାଇକୋର୍ଟ ବିଚାରପତି ସୁଭାଷିଶ ତଳପାତ୍ରଙ୍କୁ ଓଡ଼ିଶା ହାଇକୋର୍ଟଙ୍କୁ ବଦଳି ହୋଇଛିି।