କମିଲା ବସ୍ ଭଡ଼ା

ଭୁବନେଶ୍ୱର, ୨୬/୫: ରାଜ୍ୟରେ କମିଲା ବସ୍ ଭଡ଼ା। ତେଲ ଦର କମିବାରୁ କମିଲା ବସ୍ ଭଡ଼ା । ଅର୍ଡିନାରୀ ବସ୍ ଭଡ଼ା ୯୨ରୁ ୮୯ ପଇସାକୁ ହ୍ରାସ ପାଇଛି । ସେହିପରି ଏକ୍ସପ୍ରେସ ୯୬ରୁ ୯୩ ପଇସା, ଡିଲକ୍ସ ୧.୩୫ରୁ ୧.୨୯, ଏସି ଡିଲକ୍ସ ଭଡ଼ା ୧.୬୩ରୁ ୧.୫୭ ପଇସାକୁ ହ୍ରାସ ପାଇଛି । ସୁପର ପ୍ରିମିୟମ ଭଡ଼ା ୨ ଟଙ୍କା ୫୩ରୁ ୨ ଟଙ୍କା ୪୪କୁ ଖସିଛି ।